{"product_id":"ardha-satabdira-odisha-o-tahinre-mo-sthana-9781645604129","title":"Ardha Satabdira Odisha O Tahinre Mo Sthana","description":"\u003cp\u003eପୂଜ୍ୟପାଦ ସ୍ୱର୍ଗତ ପଣ୍ଡିତଜୀ, ଲିଖିତ ସମଗ୍ର ଚରିତକୁ ତୁଣ୍ଡେ ତୁଣ୍ଡେ ଡାକିଯାଇଥିଲେ ଓ ତାହା ଲେଖିଥିଲେ ବାଣପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ଜଗନ୍ନାଥ ମହାପାତ୍ର । ଏହି ଲିଖିତ ପାଣ୍ଡୁଲିପିର ଚାରିଭାଗରୁ ତିନିଭାଗ, ସାମାନ୍ୟ କିଛି ପରିବର୍ତ୍ତନ କରି, ପଣ୍ଡିତଜୀ ପୁଣି ନିଜ ହାତରେ ଲେଖିଯାଇଛନ୍ତି । ବାକିତକ ଶ୍ରୀଯୁକ୍ତ ମହାପାତ୍ରଙ୍କ ହାତଲେଖାରେ ଅଛି । ପାଣ୍ଡୁଲିପିକୁ ଅକ୍ଷୁଣ୍ଣ ଓ ଅବ୍ୟାହତ ରଖି ଏହି ମୁଦ୍ରଣ କରାଯାଇଛି ।\u003c\/p\u003e\u003cp\u003eଆତ୍ମଚରିତକୁ ଦୁଇଭାଗରେ ବିଭକ୍ତ କରିବା ପୂଜ୍ୟପାଦ ପଣ୍ଡିତଜୀଙ୍କର ଅଭିପ୍ରେତ ଥିଲା । ନିଜର ଜନ୍ମଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅର୍ଥାତ୍ ୧୯୩୬ ମସିହାର ଆରମ୍ଭକାଳ ପର୍ଯ୍ୟନ୍ତ, ପ୍ରାୟ ପଚାଶ ବର୍ଷର ବିଷୟ-ବସ୍ତୁ ପ୍ରଥମ ଭାଗରେ ରହିବା କଥା ଏବଂ ଜୀବନର ପଚାଶ ବର୍ଷର ପରବର୍ତ୍ତୀ ବିଷୟ-ବସ୍ତୁ ଦ୍ୱିତୀୟ ଭାଗରେ ଆଲୋଚ୍ୟ । ସେ ଯେ ସୂଚୀପତ୍ର କରିଛନ୍ତି, ସେଥିରେ ପ୍ରଥମ ଭାଗର ପଞ୍ଚଚାଳିଶ ପରିଚ୍ଛେଦରୁ ଚଉତିରିଶଟି ମାତ୍ର ଲେଖିଛନ୍ତି; ବାକିତକ ଅଲେଖା ରହିଯାଇଛି । ଦ୍ୱିତୀୟ ଭାଗର ସୂଚୀ ଆୟୋଜନ କରି, ସେ ନିଜେ ଲିପିବଦ୍ଧ କରିଥିଲେ ମଧ୍ୟ କିଛି ହେଲେ ବିଷୟ ଲେଖିଯାଇପାରିନାହାନ୍ତି ।\u003c\/p\u003e\u003cp\u003eଆତ୍ମଚରିତ ଲେଖିବା ସ୍ଥିର କରି ଲେଖା ସେ ୧୯୫୧ ମସିହାର ପୂଜା ସମୟରେ ଆରମ୍ଭ କଲେ । ୧୯୫୬ ମସିହା ଜୁଲାଇ ୨୬ ତାରିଖ ଦିନ ଅପରିକଳ୍ପନୀୟ ଭାବରେ ତାଙ୍କୁ ହଠାତ୍ ବିଦାୟ ନେଇ ଯିବାକୁ ପଡ଼ିଲା ଏ ମର୍ତ୍ĝ\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Godabarisha Mishra\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 06\/15\/2023\u003cbr\u003e\u003cb\u003ePages:\u003c\/b\u003e 218\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.62lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.50d\u003cbr\u003e\u003cb\u003eISBN:\u003c\/b\u003e 9781645604129\u003cbr\u003e\u003cb\u003eLanguage:\u003c\/b\u003e Oriya\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":41115013677171,"sku":"9.78165E+12","price":18.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_9e1cdef8-bc66-407f-8df6-8cddf9a76230.jpg?v=1700662380","url":"https:\/\/bookstorenmore.com\/en-de\/products\/ardha-satabdira-odisha-o-tahinre-mo-sthana-9781645604129","provider":"Bookstore N More","version":"1.0","type":"link"}