{"product_id":"prabasi-odia-sahitya-srusti-o-samikshya-9781645603726","title":"Prabasi Odia Sahitya: Srusti O Samikshya","description":"\u003cp\u003eମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ । ଆମେ ଓଡ଼ିଶାରେ ଥାଇ ଖବର ରଖୁ ବା ନ ରଖୁ କେତେ ପ୍ରବାସୀ ଓଡ଼ିଆ ବିଶେଷ କରି ଆମେରିକାରେ ଥିବା ପ୍ରଥମ ପିଢ଼ିର ସଫଳ ଓଡ଼ିଆ ମାତୃଭାଷାରେ ସାହିତ୍ୟ ରଚନା କରନ୍ତି । ମାଆ ଏବଂ ମାତୃଭାଷାର (ଲିପି) ମୁହଁ ସବୁଠୁ ସୁନ୍ଦର । ମାତୃଭାଷା ପୃଥିବୀର ମଧୁରତମ ସଂଗୀତ । ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ ଓଡ଼ିଆମାନେ ମାଆ ହାତରନ୍ଧା ଖାଦ୍ୟପେୟ ଏବଂ ମାତୃଭୂମିର ପର୍ବପର୍ବାଣି, ନୃତ୍ୟ-ଗୀତକୁ ଝୁରି ହୁଅନ୍ତି । ସେମାନେ ପ୍ରବାସୀ ଓଡ଼ିଆ ହେଲେ ମଧ୍ୟ ଛିନ୍ନମୂଳ ନୁହଁନ୍ତି । ଆପଣାର ଗାଁ, ଘର ଏବଂ ସଂସ୍କୃତି ପାଇଁ ସେମାନଙ୍କ ଭିତରେ ଉଚ୍ଚାଟ ଆବେଗ ସେମାନଙ୍କୁ ଲେଖାଏ । ଘର-ବାହାରେ ବେଶ୍ ପରିଶ୍ରମ କରନ୍ତି ସେମାନେ । ତା' ସତ୍ତ୍ୱେ ଯେଉଁ କେତେ ଜଣଙ୍କ ଭିତରେ ସୃଜନ ପ୍ରତିଭା ଅଛି, ସେମାନେ ଲେଖୁଛନ୍ତି । ଆମେ ସେମାନଙ୍କୁ କେତେ ପଢ଼ିଛୁ ଜାଣିଛୁ ସେଇଟା ସେମାନଙ୍କର ନୁହେଁ ଆ\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Sanghamitra Bhanja\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 04\/17\/2023\u003cbr\u003e\u003cb\u003ePages:\u003c\/b\u003e 452\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 1.26lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 1.01d\u003cbr\u003e\u003cb\u003eISBN:\u003c\/b\u003e 9781645603726\u003cbr\u003e\u003cb\u003eLanguage:\u003c\/b\u003e Oriya\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":40858947158131,"sku":"9.78165E+12","price":28.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_56b16065-95d8-4ae3-8448-86e3596b28f8.jpg?v=1687268061","url":"https:\/\/bookstorenmore.com\/en-de\/products\/prabasi-odia-sahitya-srusti-o-samikshya-9781645603726","provider":"Bookstore N More","version":"1.0","type":"link"}