{"product_id":"sua-muhanra-patara-o-anyanya-galpa-9781645604778","title":"Sua Muhanra Patara O Anyanya Galpa","description":"\u003cp\u003eପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍]ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର]୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।\u003c\/p\u003e\u003cp\u003e ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କ\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Pranabandhu Kar\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 11\/16\/2023\u003cbr\u003e\u003cb\u003ePages:\u003c\/b\u003e 316\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.89lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.71d\u003cbr\u003e\u003cb\u003eISBN:\u003c\/b\u003e 9781645604778\u003cbr\u003e\u003cb\u003eLanguage:\u003c\/b\u003e Oriya\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":42828926025843,"sku":"9.78165E+12","price":23.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_b088aa3f-3853-47ef-ad72-7eb042c6260c.jpg?v=1738942516","url":"https:\/\/bookstorenmore.com\/en-de\/products\/sua-muhanra-patara-o-anyanya-galpa-9781645604778","provider":"Bookstore N More","version":"1.0","type":"link"}