{"product_id":"baliraja-9781645604709","title":"Baliraja","description":"\u003cbr\u003e\u003cb\u003eAuthor:\u003c\/b\u003e Kanhu Charan Mohanty\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 11\/01\/2023\u003cbr\u003e\u003cb\u003ePages:\u003c\/b\u003e 268\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.76lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.61d\u003cbr\u003e\u003cb\u003eISBN:\u003c\/b\u003e 9781645604709\u003cbr\u003e\u003cb\u003eLanguage:\u003c\/b\u003e Oriya\u003cbr\u003e\u003cp\u003e\u003cb\u003eAbout the Author\u003c\/b\u003e\u003cbr\u003e\u003cb\u003e\u003ci\u003eMohanty, Kanhu Charan:\u003c\/i\u003e\u003c\/b\u003e - କାହ୍ନୁଚରଣ ମହାନ୍ତି (୧୯୦୬-୯୪): ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବରେ କାହ୍ନୁଚରଣ ମହାନ୍ତି ଜଣେ କାଳଜୟୀ ଯଶସ୍ୱୀ କଥାକାର । ଅର୍ଦ୍ଧଶତରୁ ଊର୍ଦ୍ଧ୍ୱ ଉପନ୍ୟାସର ରଚୟିତା ଭାବରେ ସେ ଓଡ଼ିଆ ପାଠକମାନଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛନ୍ତି । ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ପିତା ସୂର୍ଯ୍ୟମଣି ମହାନ୍ତି ଏବଂ ମାତା ଦୁର୍ଗାଦେବୀଙ୍କ କୋଳମଣ୍ଡନ କରି ସେ କଟକ ଜିଲ୍ଲାର ନାଗବାଲି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଉପନ୍ୟାସଗୁଡ଼ିକ ପଲ୍ଲୀ ଏବଂ ନଗର ଜୀବନର ନିଚ୍ଛକ ପ୍ରତିଛବି ବହନ କରେ । କାହ୍ନୁଚରଣଙ୍କ ପ୍ରତ୍ୟେକ ଉପନ୍ୟାସ ବିବିଧ ଭାବଧର୍ମର ସର୍ଜନାତ୍ମକ ରୂପ ଆଧାରରେ ଖୁବ୍ ବ୍ୟତିକ୍ରମ । ତାଙ୍କ ଉପନ୍ୟାସଗୁଡ଼ିକରେ ରହିଛି- ବାଲିରାଜା, ପଳାତକ, ବଜ୍ରବାହୁ, ତଥାସ୍ତୁ, ହାଅନ୍ନ, ଶାସ୍ତି, ଅଦେଖା ହାତ, ତୁଣ୍ଡବାଇଦ, କା, ଅଭିନେତ୍ରୀ, ଭୁଲି ହୁଏନା, ପ୍ରତୀକ୍ଷା, ଝଞ୍ଜା, ମିଳନର ଛନ୍ଦ, ଇତିହ, ବଗବଗୁଲୀ, ଢେଉଢେଉକା, ତମସାତୀରେ, ଏପାରି ସେପାରି, ମନଜାଣେ ପାପ, କ୍ଷଣକ୍ଷଣକେ ଆନ, ଲଲାଟଲିଖନ, ପାବନୀ, ଯକ୍ଷ ଇତ୍ୟାଦି । 'ଶାସ୍ତି', 'କା' ଏବଂ 'ତୁଣ୍ଡବାଇଦ' ଇତ୍ୟାଦି ଉପନ୍ୟାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା କାହ୍ନୁଚରଣଙ୍କ ସର୍ଜ୍ଜନାର ପ୍ରଭାବ ଏବଂ ସାମର୍ଥ୍ୟକୁ ପ୍ରତିଷ୍ଠା କରେ । ଜୀବନଧର୍ମୀ ଭାଷା ମାଧ୍ୟମରେ ବାସ୍ତବ ଜୀବନ ତଥା ସାମାଜିକ ଚଳଣିକୁ ନେଇ ରଚିତ ତାଙ୍କର ଉପନ୍ୟାସ ଓ ଗଳ୍ପଗୁଡ଼ିକରେ ଅଛନ୍ତି ଓଡ଼ିଶାର ଗାଁ ଗହଳିରେ ଆତଯାତ ହେଉଥିବା ଜୀବନ୍ତ ଚରିତ୍ରମାନେ । ସାମାଜିକ ମୂଲ୍ୟବୋଧ ଏବଂ ପରମ୍ପରାର ପ୍ରତିଷ୍ଠା ସହିତ ସାମାଜିକ ସଂସ୍କାରଧର୍ମୀ ଚେତନାର ଆହ୍ୱାନ ଓ ଅନ୍ଧବିଶ୍ୱାସ ବିରୋଧରେ କାହ୍ନୁଚରଣଙ୍କ ସ୍ୱର ଉତ୍ତୋଳନ ହିଁ ତାଙ୍କ ସୃଷ୍ଟିର ସୌରଭ । କାହ୍ନୁଚରଣଙ୍କ ପ୍ରଚଣ୍ଡ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାହିତ୍ୟ ଏକାଡେମୀ ଫେଲୋ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ସେହି ମହାନ୍ ସାହିତ୍ୟିକଙ୍କ ତିରୋଧାନ ହୋଇଥିଲା ।\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":44409584910451,"sku":"9781645604709","price":27.17,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_7c3c02d6-54eb-46e1-a5b2-ae10896c4e8e.jpg?v=1771936896","url":"https:\/\/bookstorenmore.com\/products\/baliraja-9781645604709","provider":"Bookstore N More","version":"1.0","type":"link"}