{"product_id":"basanti-9781645602576","title":"Basanti","description":"\u003cp\u003e'ବାସନ୍ତୀ' ଆଧୁନିକ ଓଡ଼ିଆ ସାହିତ୍ୟର ତଥାକଥିତ ସବୁଜ ଯୁଗର ଏକ ଚର୍ଚ୍ଚିତ ଓ କ୍ରାନ୍ତିକାରୀ ଉପନ୍ୟାସ । ବଙ୍ଗଳାର 'ବାରୋୟାରୀ' ଉପନ୍ୟାସ ଢାଞ୍ଚାରେ ଏହାର ସଂରଚନା-ସଂକଳ୍ପ ହୋଇଥିଲେ ହେଁ, ଓଡ଼ିଶାର ସମକାଳୀନ ସମାଜର ପୁଙ୍ଖାନୁପୁଙ୍ଖ ଚିତ୍ର ଏଥିରେ ସଜୀବ ଓ ଖୁବ୍ ପ୍ରଭାବଶାଳୀ ଭଙ୍ଗୀରେ ରୂପାୟିତ । କଟକର ରେଭେନ୍ସା କଲେଜ, ପେଟିନ୍ ସାହିରୁ ଏହାର ଅୟମାରମ୍ଭ ହୋଇ ବାଲେଶ୍ୱରର ଶିମିଳିପୁର ଏବଂ କଲିକତାର 'ଉତ୍କଳ ନିବାସ', ବର୍ଦ୍ଧମାନ ଜିଲ୍ଲାର ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବିସ୍ତୃତି ଲାଭ କରିଛି । ଏଥିରେ ସାଧାରଣ ମଣିଷ ମୁହଁର ଭାଷା, ମନର ଭାବନା ଏବଂ ଚଳଣି ଓ ବିଚାର ବିଶେଷ ସ୍ଥାନ ଦଖଲ କରିଅଛି । ମଣିଷର କୈଶୋର, ଯୌବନ ଏବଂ ପୌଗଣ୍ଡର ଅବସ୍ଥାଗତ ଭାବନା କିଛି ଚରିତ୍ରଙ୍କ ଦ୍ୱାରା ମଧ୍ୟ ଗୁରୁତ୍ୱଲାଭ କରିଛି । ହୃଦୟାବେଗକୁ ସାଇତି 'ବାସନ୍ତୀ' ସଂପ୍ରସାରିତ ଜୀବନ ବିଶ୍ୱାସର ବିଶେଷ ଗମ୍ଭୀର ଆହ୍ୱାନଟିଏ ପାଲଟିଯାଇଛି । ଦାମ୍ପତ୍ୟର ଅସମର୍ଥତା, ଅହଙ୍କାର ଏବଂ ଅଭିମାନର ଏକ ତ୍ରିବେଣୀ ତୁଠ ସାଜିଛି ଏ ଉପନ୍ୟାସ । ଆନ୍ତରିକତା ଏବଂ ଅନୁତାପର ସ୍ନିଗ୍ଧ ମଧୁର ଆଟୋପ ବେଶ୍ ଅନୁଭବିହୁଏ ଏଥିରୁ । ସମକାଳୀନ ଜୀନଚର୍ଯ୍ୟାର ଏକ ବ୍ୟଥା-ବିଧୂର ସ୍ପର୍ଶ ଯୋଗାଇବାରେ ଏହା ସମର୍ଥ । ଓଡ଼ିଆ ସାହିତ୍ୟର ଇତିହାସରେ ଏବଂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗତିଧାରାରେ ଏହାର ସ୍ଥାନ ଏଣୁ ଅତି ଉଚ୍ଚରେ ।\u003c\/p\u003e\u003cp\u003e'ବାସନ୍ତୀ' ଉପନ୍ୟାସ ଧାରାବାହିକ ରୂପେ 'ଉତ୍କଳ ସା\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Kalindi Charan Panigrahi, Annada Shankar Ray, Harihar Mohapatra\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 02\/13\/2023\u003cbr\u003e\u003cb\u003ePages:\u003c\/b\u003e 286\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.81lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.64d\u003cbr\u003e\u003cb\u003eISBN:\u003c\/b\u003e 9781645602576\u003cbr\u003e\u003cb\u003eLanguage:\u003c\/b\u003e Oriya\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":40855097016435,"sku":"9.78E+12","price":28.68,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_7c7d85ae-20b0-4007-871a-608bb404bbeb.jpg?v=1686919835","url":"https:\/\/bookstorenmore.com\/products\/basanti-9781645602576","provider":"Bookstore N More","version":"1.0","type":"link"}