{"product_id":"london-chithi-9781645604945","title":"London Chithi","description":"\u003cp\u003eଲଣ୍ଡନରେ ଥିବାବେଳେ ଛାତ୍ର, ଶିକ୍ଷକ, ସାଥୀ, ଶୁଭେଚ୍ଛୁ ଅନେକଙ୍କଠାରୁ ଚିଠି ପାଉଥିଲି, \"ଆପଣ ଆଉ ଲେଖନ୍ତୁ, ବିଲାତ କଥା ବେଶୀ କରି ଜଣାନ୍ତୁ\"; ସୁଖୀ ହୁଏ । କାମ କରି କରି ଚିଟା ଲାଗିଲେ ଏଠି ସେଠି ବସି ଯା' ଆଖିକୁ ଦିଶେ, ଯା' ଅନୁଭୂତିରେ ଆସେ ଲେଖି ଦେଉଥିଲି । କେତେବେଳେ ଗଛ ମୂଳରେ କେତେବେଳେ ପାର୍କ ପଡ଼ିଆରେ, କେବେ ଲାବୋରେଟୋରୀରେ; କେବେ ଅବା ଶନିବାରର ସନ୍ଧ୍ୟା ବିଛଣା ପରେ । ତହିଁରେ ମନ ମେଣ୍ଟିବା ସଙ୍ଗେ ଅବସାଦ ବି ମେଣ୍ଟି ଯାଉଥିଲା । ଯା' ଅଙ୍ଗେ ଲିଭାଇଛି, ଲେଖିଛି । ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ, ନିଜର । ଏହା ବିଲାତ ଜୀବନର 'ବେଦଗାର' ନୁହେଁ, ଜଣକର ଅନୁଭୂତି ମାତ୍ର । ବିଲାତ ଛଡ଼ା ଫ୍ରାନ୍]ସ ବିଷୟରେ ଏଥିରେ ଦୁଇଚାରି କଥା ମଧ୍ୟ ଅଛି । \u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cp\u003eଘରକୁ ଫେରି ଅନେକଙ୍କଠୁ ଶୁଣିଲି, \"ଏକାଠି କରି ଦିଅନ୍ତୁ, ପ୍ରଜାତନ୍ତ୍ରରୁ ଆପଣଙ୍କ ଲେଖା ଆମେ ଅନେକଟା ପଢ଼ିଛୁ ।\" ଯେତେ ଯିଏ ପ୍ରେରଣା ଦେଇଛନ୍ତି, ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ; ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ନିକଟରେ ବେଶୀ । ବାରମ୍ବାର ଲେଖିବା ପାଇଁ ସେ ବରାବର ମୋତେ ସସ୍ନେହ ପ୍ରେରଣା ଦେଇଛନ୍ତି । ପ୍ରକାଶ ଓ ପ୍ରଚାର ପାଇଁ 'ପ୍ରଜାତନ୍ତ୍ର'ଙ୍କୁ ଧନ୍ୟବାଦ । ଘରେ ଲେଖାର କପି ନପାଇ ହତାଶ ହେଲି । ମାତ୍ର ଦୁନିଆରେ ସହାୟତାର ଅଭାବ ନାହିଁ ବୋଧହୁଏ । ବିଲାତ ଫେରନ୍ତା ପ୍ରାଣୀତତ୍ତ୍ୱବିତ୍ ଅଧ୍ୟାପକ ବନ୍ଧୁ ଡାକ୍ତର ବସନ୍ତକୁମାର ବେହୁରା ଓ ରେଭେନ୍]ସା କଲେଜ Ĝ\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Golok Bihari Dhal\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 12\/21\/2023\u003cbr\u003e\u003cb\u003ePages:\u003c\/b\u003e 156\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.45lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.36d\u003cbr\u003e\u003cb\u003eISBN:\u003c\/b\u003e 9781645604945\u003cbr\u003e\u003cb\u003eLanguage:\u003c\/b\u003e Oriya\u003cbr\u003e\u003c\/p\u003e\u003cp\u003e\u003cb\u003eAbout the Author\u003c\/b\u003e\u003cbr\u003e\u003cb\u003e\u003ci\u003eDhal, Golok Bihari:\u003c\/i\u003e\u003c\/b\u003e - ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍], ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ 'ଗୋଦାନ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ(୧୯୫୮) ।\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":43059603767411,"sku":"9.78165E+12","price":22.64,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_3ae59321-d17f-40f4-9f0d-07222c997e33.jpg?v=1747310712","url":"https:\/\/bookstorenmore.com\/products\/london-chithi-9781645604945","provider":"Bookstore N More","version":"1.0","type":"link"}