{"product_id":"mamu-9781645604990","title":"Mamu","description":"\u003cp\u003eବ୍ୟାସକବି ଫକୀରମୋହନଙ୍କ କଥା-ପ୍ରତିଭାର ମହନୀୟ ଅବଦାନ ହେଉଛି ମାମୁ ଉପନ୍ୟାସ । ଏହା ତାଙ୍କର ତୃତୀୟ ଉପନ୍ୟାସ ଭାବରେ ପରିପକ୍ୱ ପ୍ରତିଭାର ଏକ ଶ୍ରେଷ୍ଠ ନିଦର୍ଶନ । ଯେତେବେଳେ ଫକୀରମୋହନ ବାଲେଶ୍ୱରଠାରେ ବିତାଉଥିଲେ ନିଃସଙ୍ଗ ଜୀବନ ସେହି ସମୟରେ ସୃଷ୍ଟି ହୋଇଛି ମାମୁ । ୧୯୧୩ ମସିହାରେ ଯଦିଓ ଏହା ପ୍ରକାଶିତ, ତା'ର ଯଥେଷ୍ଟ ପୂର୍ବରୁ ଫକୀରମୋହନଙ୍କ ସ୍ରଷ୍ଟା ପ୍ରାଣରୁ ଏହାର ଆବିର୍ଭାବ ବୋଲି ମନେହୋଇଥାଏ । 'ଛ'ମାଣ ଆଠଗୁଣ୍ଠ' ଯଦିଓ ଯୋଜନାବଦ୍ଧ ଭାବରେ ରଚିତ ହୋଇ ନଥିଲା; ତଥାପି ତା'ର ସମ୍ବେଦନଶୀଳ ପ୍ରଭାବ ଠାରୁ ମାମୁ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇ ନପାରେ । ତେବେ ଯିଏ ଲେଖିଛନ୍ତି ଛ'ମାଣ ଆଠଗୁଣ୍ଠ, ତାଙ୍କରି ଦ୍ୱାରା ହିଁ ସୃଷ୍ଟି ଲାଭ କରିଥିବା ମାମୁ ଯେ, ତାଙ୍କ ଆତ୍ମିକ ସତ୍ତାଠାରୁ ଭିନ୍ନ ହୋଇ ନ ପାରେ ଏହା ଯେକୌଣସି ପାଠକ ସ୍ୱୀକାର କରିବେ ନିଶ୍ଚୟ । ଏହି ଉପନ୍ୟାସରେ ଫକୀରମୋହନଙ୍କ ଭାଷାର ପରିଶୁଦ୍ଧତା, କଥାବସ୍ତୁ ଉପସ୍ଥାପନରେ ତାଙ୍କର ପରିକଳ୍ପନା ଓ ପରିଯୋଜନା ବାସ୍ତବିକ ଏକାନ୍ତ ସୁବିନ୍ୟସ୍ତ । \u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Fakir Mohan Senapati\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 01\/18\/2024\u003cbr\u003e\u003cb\u003ePages:\u003c\/b\u003e 212\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.60lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.48d\u003cbr\u003e\u003cb\u003eISBN:\u003c\/b\u003e 9781645604990\u003cbr\u003e\u003cb\u003eLanguage:\u003c\/b\u003e Oriya\u003cbr\u003e\u003cp\u003e\u003cb\u003eAbout the Author\u003c\/b\u003e\u003cbr\u003e\u003cb\u003e\u003ci\u003eSenapati, Fakir Mohan:\u003c\/i\u003e\u003c\/b\u003e - \"ବ୍ୟାସକବି ଫକୀର ମୋହନ (ଜାନୁଆରୀ ୧୩, ୧୮୪୩ - ଜୁନ୍ ୧୪, ୧୯୧୮) ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟର ସମର୍ଥ ସେନାପତି । କାବ୍ୟ, କବିତା, ଅନୁବାଦ ପ୍ରଭୃତିରେ ନିଜର ସ୍ୱାକ୍ଷର ରଖିଥିବା ଫକୀର ମୋହନ ପରିଣତ ବୟସରେ ଗଳ୍ପ-ଉପନ୍ୟାସ ଲେଖି ସିଦ୍ଧିର ଶିଖର ସ୍ପର୍ଶ କରିଛନ୍ତି । ୧୮୯୭ ରୁ ୧୯୧୫ ମଧ୍ୟରେ ଲିଖିତ ତାଙ୍କର ଚାରୋଟି ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ', 'ମାମୁ', 'ଲଚ୍ଛମା' ଓ 'ପ୍ରାୟଶ୍ଚିତ୍ତ' ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ । ତତ୍କାଳୀନ ଜୀବନ୍ମ ୃତ ସମାଜ ଜୀବନର ବ୍ୟାପକ ତଥା ଗଭୀର ଅବଲୋକନ ତାଙ୍କ କଲମକୁ ସାମର୍ଥ୍ୟ ଦେଇଛି । ଗ୍ରାମ୍ୟ ଓଡ଼ିଶାର ଚଳନ୍ତି ଭାଷା ପ୍ରୟୋଗରେ ସେ ଦକ୍ଷ । ତାଙ୍କର ଚରିତ୍ରମାନେ ଆଜି ମଧ୍ୟ ଜୀବନ୍ତ । ଓଡ଼ିଆ ଗଦ୍ୟ ସାହିତ୍ୟରେ ଅନେକ ପରୀକ୍ଷା ଓ ପ୍ରୟୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଅନତିକ୍ରମଣୀୟ ହୋଇରହିଛି ।\"\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":43199806013555,"sku":"9.78165E+12","price":27.17,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_535fc3f6-fbd3-4207-ba1c-43fb1b2f140c.jpg?v=1752751899","url":"https:\/\/bookstorenmore.com\/products\/mamu-9781645604990","provider":"Bookstore N More","version":"1.0","type":"link"}