{"product_id":"megha-o-anyanya-galpa-9781645604112","title":"Megha O Anyanya Galpa","description":"\u003cp\u003eମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି । ଦୁଇ ତିନିବର୍ଷ ପରେ ମୋର ହୃଦ୍]ବୋଧ ହେଲା ଯେ ଗୋଟିଏ ମାଧ୍ୟମ ପାଇଁ ବି ମୋର ସାମର୍ଥ୍ୟ ନାହିଁ, ଗୋଟିଏକୁ ନଛାଡ଼ିଲେ ମୋର ଅବସ୍ଥା ଦୁଇ ନାହାରେ ଗୋଡ଼ ରଖିଥିବା ଲୋକର ଅବସ୍ଥା ପରି ହେବ । ଯାହାକୁ ପାଖରେ ରଖିଲି, ଅର୍ଥାତ୍ କବିତାକୁ, ତା ପ୍ରତି ଯେ ନ୍ୟାୟ କରିପାରିଲି ତାହା ନୁହେଁ, କିନ୍ତୁ ଅନିଚ୍ଛା ବା ଉଦ୍ୟମର ଅଭାବ ତା'ର କାରଣ ନୁହେଁ ।\u003c\/p\u003e\u003cp\u003eବହୁତ ବର୍ଷର ବ୍ୟବଧାନ ପରେ, ୧୯୭୭ ମସିହାରେ, ଏ ସଙ୍କଳନର ପ୍ରଥମ ଗଳ୍ପ (ମହିଷାସୁରବଧ) ଲେଖିଲି । ତା'ପରେ, ମଝିରେ ମଝିରେ, ଯେଉଁ କେତୋଟି ଗଳ୍ପ ଲେଖିଥିଲି ସେଗୁଡ଼ିକ ଏ ସଙ୍କଳନର ଅନ୍ତର୍ଭୁକ୍ତ । ଏତେ ବର୍ଷ ଭିତରେ ଏତେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିବାରୁ ପ୍ରମାଣିତ ହେବ ଯେ ମୁଁ ଗଳ୍ପ ସାହିତ୍ୟର ମୁଲକରେ ଜଣେ ପର୍ଯ୍ୟଟକ, ତା'ର ଅଧିବାସୀ ନୁହେଁ । ସଂଖ୍ୟା ଆହୁରି ଅଳ୍ପ ହୋଇଥା'ନ୍ତା ଯଦି ଗଳ୍ପ ସଂକଳନଟିଏ ପ୍ରକାଶ କରିବା ପାଇଁ କେତେକଙ୍କର ଆଗ୍ରହ ଦୃଷ୍ଟିରୁ ଓ ପୁସ୍ତକର ଆକାରକୁ ଟିକିଏ ମର୍ଯ୍ୟାଦାବନ୍ତ କରିବା ଦୃଷ୍ଟିରୁ ଶେଷ ଛଅଟି ଗଳ୍ପ ଲେଖିନଥାନ୍ତି ।\u003c\/p\u003e\u003cp\u003eଗଳ୍ପ (କ୍ଷୁଦ୍ର ହେଉ ବା ଉପନ୍ୟାସର ବିଷୟ ପରି ଦୀର୍ଘ ହେଉ) ଓ କବିତା ଭିତରେ ବୋଧହୁଏ କିଛି ମୌଳିକ, ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଭଲ କବିତାଟିଏ ପରି ଭଲ ଗଳ୍ପଟିଏ ପାଠକକୁ ଅସ୍ଥିର କରେ, ପୁଣି ଅସାର୍ଥକ ଗଳ୍ପ ଓ ଅସାର୍ଥକ କବିତ\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Ramakanta Rath\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 06\/16\/2023\u003cbr\u003e\u003cb\u003ePages:\u003c\/b\u003e 122\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.36lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.29d\u003cbr\u003e\u003cb\u003eISBN:\u003c\/b\u003e 9781645604112\u003cbr\u003e\u003cb\u003eLanguage:\u003c\/b\u003e Oriya\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":41114980941939,"sku":"9.78165E+12","price":18.11,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_71a7c140-bdd2-47ea-b083-60e6bfd7fe5f.jpg?v=1700661695","url":"https:\/\/bookstorenmore.com\/products\/megha-o-anyanya-galpa-9781645604112","provider":"Bookstore N More","version":"1.0","type":"link"}