{"product_id":"revenue-ticket-9781645605164","title":"Revenue Ticket","description":"\u003cp\u003eଅମୃତା ପ୍ରୀତମ୍ ଖାଲି ଭାରତ କାହିଁକି, ପୃଥିବୀର ଅନ୍ୟ ଅନେକ ଦେଶର ସାହିତ୍ୟ ଜଗତରେ ଏକ ଜଣାଶୁଣା ନାମ । ତାଙ୍କର ବହୁ ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ ପାଠିକା ମାନଙ୍କ ନିକଟରେ ବିଶେଷ ଆଦର ଓ ସମ୍ମାନ ଲାଭ କରିଛି । ଜ୍ଞାନପୀଠ ଠାରୁ ଭାରତୀୟ ସାହିତ୍ୟ ଏକାଡ଼େମୀ ପର୍ଯ୍ୟନ୍ତ ବହୁ ସଂସ୍ଥା ତାଙ୍କର ସାହିତ୍ୟକୃତିକୁ ସ୍ୱୀକାର କରି ତାଙ୍କୁ ସମ୍ମାନିତ କରିଛନ୍ତି ।\u003c\/p\u003e\u003cp\u003e\"ରସିଦି ଟିକଟ\" ଅମୃତା ପ୍ରୀତମଙ୍କର ଆତ୍ମଜୀବନୀ । ନିଜର ଭିତର ବାହାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଏତେ ସାହସର ସହିତ ରଖିଦେବା କୌଣସି ପ୍ରତିଷ୍ଠିତା ନାରୀପକ୍ଷରେ ସଚରାଚର ସମ୍ଭବ ହୁଏନାହିଁ । କିନ୍ତୁ ଅମୃତା ପ୍ରୀତମ୍ ଅନନ୍ୟା ।\u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Amrita Pritam\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 02\/01\/2024\u003cbr\u003e\u003cb\u003ePages:\u003c\/b\u003e 190\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.54lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.44d\u003cbr\u003e\u003cb\u003eISBN:\u003c\/b\u003e 9781645605164\u003cbr\u003e\u003cb\u003eLanguage:\u003c\/b\u003e Oriya\u003cbr\u003e\u003cp\u003e\u003cb\u003eAbout the Author\u003c\/b\u003e\u003cbr\u003e\u003cb\u003e\u003ci\u003ePritam, Amrita:\u003c\/i\u003e\u003c\/b\u003e - ଅମୃତା ପ୍ରୀତମ୍ (୧୯୧୯-୨୦୦୫) ଥିଲେ ପଞ୍ଜାବୀ ସାହିତ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକା । ଶହେରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା ଭାବରେ ସାହିତ୍ୟର ସବୁ ଦିଗରେ ତାଙ୍କର ଅବଦାନ ଥିଲା । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ ସାହିତ୍ୟ ଅକାଦେମୀ ପୁରସ୍କାର (୧୯୫୬), ଭାରତୀୟ ଜ୍ଞାନପୀଠ (୧୯୮୨), ପଦ୍ମ ବିଭୂଷଣ (୨୦୦୪) ଉଲ୍ଲେଖଯୋଗ୍ୟ । ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (୧୯୭୩), ଜବଲପୁର ବିଶ୍ୱବିଦ୍ୟାଳୟ (୧୯୭୩) ଓ ବିଶ୍ୱଭାରତୀ (୧୯୮୭) ସମ୍ମାନଜନକ ଡି.ଲିଟ୍ ପ୍ରଦାନ କରିଥିଲେ ।\u003cb\u003e\u003ci\u003eSatpathy, Nandini:\u003c\/i\u003e\u003c\/b\u003e - ନନ୍ଦିନୀ ଶତପଥୀ (୧୯୩୧-୨୦୦୬) ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକା ଓ ଅନୁବାଦିକା । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ କବିତା ସଂକଳନ 'ଉତ୍ତର ପୁରୁଷ', ଗଳ୍ପ ସଂକଳନ 'କେତୋଟି କଥା', 'ସପ୍ତଦଶୀ' ଏବଂ ଅନୁବାଦ ପୁସ୍ତକ 'ଗାନ୍ଧୀ କଥାମୃତ', 'ରେଭିନ୍ୟୁ ଟିକଟ', 'ଲଜ୍ଜା' ଓ ମହାଶ୍ୱେତା ଦେବୀଙ୍କ ନିର୍ବାଚିତ ଗଳ୍ପ ଉଲ୍ଲେଖଯୋଗ୍ୟ । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ 'ରେଭିନ୍ୟୁ ଟିକେଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଗାନ୍ଧୀ କଥାମୃତ' ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅନୁବାଦଗତ ସଫଳତା ନିମନ୍ତେ ସାହିତ୍ୟ ଭାରତୀ ସମ୍ମାନ ଉଲ୍ଲେଖଯୋଗ୍ୟ ।\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":43875157508211,"sku":"9.78165E+12","price":24.15,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_39824552-d145-43ed-80ad-995ca15c5b28.jpg?v=1758284987","url":"https:\/\/bookstorenmore.com\/products\/revenue-ticket-9781645605164","provider":"Bookstore N More","version":"1.0","type":"link"}