Skip to product information
1 of 1

Black Eagle Books

Ardha Satabdira Odisha O Tahinre Mo Sthana

Ardha Satabdira Odisha O Tahinre Mo Sthana

Regular price €18,95 EUR
Regular price Sale price €18,95 EUR
Sale Sold out
Shipping calculated at checkout.
Format
Quantity

ପୂଜ୍ୟପାଦ ସ୍ୱର୍ଗତ ପଣ୍ଡିତଜୀ, ଲିଖିତ ସମଗ୍ର ଚରିତକୁ ତୁଣ୍ଡେ ତୁଣ୍ଡେ ଡାକିଯାଇଥିଲେ ଓ ତାହା ଲେଖିଥିଲେ ବାଣପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ଜଗନ୍ନାଥ ମହାପାତ୍ର । ଏହି ଲିଖିତ ପାଣ୍ଡୁଲିପିର ଚାରିଭାଗରୁ ତିନିଭାଗ, ସାମାନ୍ୟ କିଛି ପରିବର୍ତ୍ତନ କରି, ପଣ୍ଡିତଜୀ ପୁଣି ନିଜ ହାତରେ ଲେଖିଯାଇଛନ୍ତି । ବାକିତକ ଶ୍ରୀଯୁକ୍ତ ମହାପାତ୍ରଙ୍କ ହାତଲେଖାରେ ଅଛି । ପାଣ୍ଡୁଲିପିକୁ ଅକ୍ଷୁଣ୍ଣ ଓ ଅବ୍ୟାହତ ରଖି ଏହି ମୁଦ୍ରଣ କରାଯାଇଛି ।

ଆତ୍ମଚରିତକୁ ଦୁଇଭାଗରେ ବିଭକ୍ତ କରିବା ପୂଜ୍ୟପାଦ ପଣ୍ଡିତଜୀଙ୍କର ଅଭିପ୍ରେତ ଥିଲା । ନିଜର ଜନ୍ମଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅର୍ଥାତ୍ ୧୯୩୬ ମସିହାର ଆରମ୍ଭକାଳ ପର୍ଯ୍ୟନ୍ତ, ପ୍ରାୟ ପଚାଶ ବର୍ଷର ବିଷୟ-ବସ୍ତୁ ପ୍ରଥମ ଭାଗରେ ରହିବା କଥା ଏବଂ ଜୀବନର ପଚାଶ ବର୍ଷର ପରବର୍ତ୍ତୀ ବିଷୟ-ବସ୍ତୁ ଦ୍ୱିତୀୟ ଭାଗରେ ଆଲୋଚ୍ୟ । ସେ ଯେ ସୂଚୀପତ୍ର କରିଛନ୍ତି, ସେଥିରେ ପ୍ରଥମ ଭାଗର ପଞ୍ଚଚାଳିଶ ପରିଚ୍ଛେଦରୁ ଚଉତିରିଶଟି ମାତ୍ର ଲେଖିଛନ୍ତି; ବାକିତକ ଅଲେଖା ରହିଯାଇଛି । ଦ୍ୱିତୀୟ ଭାଗର ସୂଚୀ ଆୟୋଜନ କରି, ସେ ନିଜେ ଲିପିବଦ୍ଧ କରିଥିଲେ ମଧ୍ୟ କିଛି ହେଲେ ବିଷୟ ଲେଖିଯାଇପାରିନାହାନ୍ତି ।

ଆତ୍ମଚରିତ ଲେଖିବା ସ୍ଥିର କରି ଲେଖା ସେ ୧୯୫୧ ମସିହାର ପୂଜା ସମୟରେ ଆରମ୍ଭ କଲେ । ୧୯୫୬ ମସିହା ଜୁଲାଇ ୨୬ ତାରିଖ ଦିନ ଅପରିକଳ୍ପନୀୟ ଭାବରେ ତାଙ୍କୁ ହଠାତ୍ ବିଦାୟ ନେଇ ଯିବାକୁ ପଡ଼ିଲା ଏ ମର୍ତ୍ĝ

Author: Godabarisha Mishra
Publisher: Black Eagle Books
Published: 06/15/2023
Pages: 218
Binding Type: Paperback
Weight: 0.62lbs
Size: 8.50h x 5.50w x 0.50d
ISBN: 9781645604129
Language: Oriya

This title is not returnable

View full details