Skip to product information
1 of 1

Black Eagle Books

Mamu

Mamu

Regular price €23,95 EUR
Regular price Sale price €23,95 EUR
Sale Sold out
Shipping calculated at checkout.
Format
Quantity

ବ୍ୟାସକବି ଫକୀରମୋହନଙ୍କ କଥା-ପ୍ରତିଭାର ମହନୀୟ ଅବଦାନ ହେଉଛି ମାମୁ ଉପନ୍ୟାସ । ଏହା ତାଙ୍କର ତୃତୀୟ ଉପନ୍ୟାସ ଭାବରେ ପରିପକ୍ୱ ପ୍ରତିଭାର ଏକ ଶ୍ରେଷ୍ଠ ନିଦର୍ଶନ । ଯେତେବେଳେ ଫକୀରମୋହନ ବାଲେଶ୍ୱରଠାରେ ବିତାଉଥିଲେ ନିଃସଙ୍ଗ ଜୀବନ ସେହି ସମୟରେ ସୃଷ୍ଟି ହୋଇଛି ମାମୁ । ୧୯୧୩ ମସିହାରେ ଯଦିଓ ଏହା ପ୍ରକାଶିତ, ତା'ର ଯଥେଷ୍ଟ ପୂର୍ବରୁ ଫକୀରମୋହନଙ୍କ ସ୍ରଷ୍ଟା ପ୍ରାଣରୁ ଏହାର ଆବିର୍ଭାବ ବୋଲି ମନେହୋଇଥାଏ । 'ଛ'ମାଣ ଆଠଗୁଣ୍ଠ' ଯଦିଓ ଯୋଜନାବଦ୍ଧ ଭାବରେ ରଚିତ ହୋଇ ନଥିଲା; ତଥାପି ତା'ର ସମ୍ବେଦନଶୀଳ ପ୍ରଭାବ ଠାରୁ ମାମୁ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇ ନପାରେ । ତେବେ ଯିଏ ଲେଖିଛନ୍ତି ଛ'ମାଣ ଆଠଗୁଣ୍ଠ, ତାଙ୍କରି ଦ୍ୱାରା ହିଁ ସୃଷ୍ଟି ଲାଭ କରିଥିବା ମାମୁ ଯେ, ତାଙ୍କ ଆତ୍ମିକ ସତ୍ତାଠାରୁ ଭିନ୍ନ ହୋଇ ନ ପାରେ ଏହା ଯେକୌଣସି ପାଠକ ସ୍ୱୀକାର କରିବେ ନିଶ୍ଚୟ । ଏହି ଉପନ୍ୟାସରେ ଫକୀରମୋହନଙ୍କ ଭାଷାର ପରିଶୁଦ୍ଧତା, କଥାବସ୍ତୁ ଉପସ୍ଥାପନରେ ତାଙ୍କର ପରିକଳ୍ପନା ଓ ପରିଯୋଜନା ବାସ୍ତବିକ ଏକାନ୍ତ ସୁବିନ୍ୟସ୍ତ ।



Author: Fakir Mohan Senapati
Publisher: Black Eagle Books
Published: 01/18/2024
Pages: 212
Binding Type: Paperback
Weight: 0.60lbs
Size: 8.50h x 5.50w x 0.48d
ISBN: 9781645604990
Language: Oriya

About the Author
Senapati, Fakir Mohan: - "ବ୍ୟାସକବି ଫକୀର ମୋହନ (ଜାନୁଆରୀ ୧୩, ୧୮୪୩ - ଜୁନ୍ ୧୪, ୧୯୧୮) ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟର ସମର୍ଥ ସେନାପତି । କାବ୍ୟ, କବିତା, ଅନୁବାଦ ପ୍ରଭୃତିରେ ନିଜର ସ୍ୱାକ୍ଷର ରଖିଥିବା ଫକୀର ମୋହନ ପରିଣତ ବୟସରେ ଗଳ୍ପ-ଉପନ୍ୟାସ ଲେଖି ସିଦ୍ଧିର ଶିଖର ସ୍ପର୍ଶ କରିଛନ୍ତି । ୧୮୯୭ ରୁ ୧୯୧୫ ମଧ୍ୟରେ ଲିଖିତ ତାଙ୍କର ଚାରୋଟି ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ', 'ମାମୁ', 'ଲଚ୍ଛମା' ଓ 'ପ୍ରାୟଶ୍ଚିତ୍ତ' ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ । ତତ୍କାଳୀନ ଜୀବନ୍ମ ୃତ ସମାଜ ଜୀବନର ବ୍ୟାପକ ତଥା ଗଭୀର ଅବଲୋକନ ତାଙ୍କ କଲମକୁ ସାମର୍ଥ୍ୟ ଦେଇଛି । ଗ୍ରାମ୍ୟ ଓଡ଼ିଶାର ଚଳନ୍ତି ଭାଷା ପ୍ରୟୋଗରେ ସେ ଦକ୍ଷ । ତାଙ୍କର ଚରିତ୍ରମାନେ ଆଜି ମଧ୍ୟ ଜୀବନ୍ତ । ଓଡ଼ିଆ ଗଦ୍ୟ ସାହିତ୍ୟରେ ଅନେକ ପରୀକ୍ଷା ଓ ପ୍ରୟୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଅନତିକ୍ରମଣୀୟ ହୋଇରହିଛି ।"

This title is not returnable

View full details