Skip to product information
1 of 1

Black Eagle Books

Sabuja Kabita: Srasta O Srusti

Sabuja Kabita: Srasta O Srusti

Regular price €24,95 EUR
Regular price Sale price €24,95 EUR
Sale Sold out
Shipping calculated at checkout.
Format
Quantity

ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\'ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।

ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବ

Author: Sushri Sandhya Mohanty
Publisher: Black Eagle Books
Published: 05/15/2023
Pages: 268
Binding Type: Paperback
Weight: 0.76lbs
Size: 8.50h x 5.50w x 0.61d
ISBN: 9781645603467
Language: Oriya

This title is not returnable

View full details