Black Eagle Books
London Chithi
London Chithi
Couldn't load pickup availability
ଲଣ୍ଡନରେ ଥିବାବେଳେ ଛାତ୍ର, ଶିକ୍ଷକ, ସାଥୀ, ଶୁଭେଚ୍ଛୁ ଅନେକଙ୍କଠାରୁ ଚିଠି ପାଉଥିଲି, "ଆପଣ ଆଉ ଲେଖନ୍ତୁ, ବିଲାତ କଥା ବେଶୀ କରି ଜଣାନ୍ତୁ"; ସୁଖୀ ହୁଏ । କାମ କରି କରି ଚିଟା ଲାଗିଲେ ଏଠି ସେଠି ବସି ଯା' ଆଖିକୁ ଦିଶେ, ଯା' ଅନୁଭୂତିରେ ଆସେ ଲେଖି ଦେଉଥିଲି । କେତେବେଳେ ଗଛ ମୂଳରେ କେତେବେଳେ ପାର୍କ ପଡ଼ିଆରେ, କେବେ ଲାବୋରେଟୋରୀରେ; କେବେ ଅବା ଶନିବାରର ସନ୍ଧ୍ୟା ବିଛଣା ପରେ । ତହିଁରେ ମନ ମେଣ୍ଟିବା ସଙ୍ଗେ ଅବସାଦ ବି ମେଣ୍ଟି ଯାଉଥିଲା । ଯା' ଅଙ୍ଗେ ଲିଭାଇଛି, ଲେଖିଛି । ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ, ନିଜର । ଏହା ବିଲାତ ଜୀବନର 'ବେଦଗାର' ନୁହେଁ, ଜଣକର ଅନୁଭୂତି ମାତ୍ର । ବିଲାତ ଛଡ଼ା ଫ୍ରାନ୍]ସ ବିଷୟରେ ଏଥିରେ ଦୁଇଚାରି କଥା ମଧ୍ୟ ଅଛି ।
ଘରକୁ ଫେରି ଅନେକଙ୍କଠୁ ଶୁଣିଲି, "ଏକାଠି କରି ଦିଅନ୍ତୁ, ପ୍ରଜାତନ୍ତ୍ରରୁ ଆପଣଙ୍କ ଲେଖା ଆମେ ଅନେକଟା ପଢ଼ିଛୁ ।" ଯେତେ ଯିଏ ପ୍ରେରଣା ଦେଇଛନ୍ତି, ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ; ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ନିକଟରେ ବେଶୀ । ବାରମ୍ବାର ଲେଖିବା ପାଇଁ ସେ ବରାବର ମୋତେ ସସ୍ନେହ ପ୍ରେରଣା ଦେଇଛନ୍ତି । ପ୍ରକାଶ ଓ ପ୍ରଚାର ପାଇଁ 'ପ୍ରଜାତନ୍ତ୍ର'ଙ୍କୁ ଧନ୍ୟବାଦ । ଘରେ ଲେଖାର କପି ନପାଇ ହତାଶ ହେଲି । ମାତ୍ର ଦୁନିଆରେ ସହାୟତାର ଅଭାବ ନାହିଁ ବୋଧହୁଏ । ବିଲାତ ଫେରନ୍ତା ପ୍ରାଣୀତତ୍ତ୍ୱବିତ୍ ଅଧ୍ୟାପକ ବନ୍ଧୁ ଡାକ୍ତର ବସନ୍ତକୁମାର ବେହୁରା ଓ ରେଭେନ୍]ସା କଲେଜ Ĝ
Author: Golok Bihari Dhal
Publisher: Black Eagle Books
Published: 12/21/2023
Pages: 156
Binding Type: Paperback
Weight: 0.45lbs
Size: 8.50h x 5.50w x 0.36d
ISBN: 9781645604945
Language: Oriya
About the Author
Dhal, Golok Bihari: - ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍], ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ 'ଗୋଦାନ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ(୧୯୫୮) ।
This title is not returnable
Share
