Black Eagle Books
Revenue Ticket
Revenue Ticket
Couldn't load pickup availability
ଅମୃତା ପ୍ରୀତମ୍ ଖାଲି ଭାରତ କାହିଁକି, ପୃଥିବୀର ଅନ୍ୟ ଅନେକ ଦେଶର ସାହିତ୍ୟ ଜଗତରେ ଏକ ଜଣାଶୁଣା ନାମ । ତାଙ୍କର ବହୁ ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ ପାଠିକା ମାନଙ୍କ ନିକଟରେ ବିଶେଷ ଆଦର ଓ ସମ୍ମାନ ଲାଭ କରିଛି । ଜ୍ଞାନପୀଠ ଠାରୁ ଭାରତୀୟ ସାହିତ୍ୟ ଏକାଡ଼େମୀ ପର୍ଯ୍ୟନ୍ତ ବହୁ ସଂସ୍ଥା ତାଙ୍କର ସାହିତ୍ୟକୃତିକୁ ସ୍ୱୀକାର କରି ତାଙ୍କୁ ସମ୍ମାନିତ କରିଛନ୍ତି ।
"ରସିଦି ଟିକଟ" ଅମୃତା ପ୍ରୀତମଙ୍କର ଆତ୍ମଜୀବନୀ । ନିଜର ଭିତର ବାହାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଏତେ ସାହସର ସହିତ ରଖିଦେବା କୌଣସି ପ୍ରତିଷ୍ଠିତା ନାରୀପକ୍ଷରେ ସଚରାଚର ସମ୍ଭବ ହୁଏନାହିଁ । କିନ୍ତୁ ଅମୃତା ପ୍ରୀତମ୍ ଅନନ୍ୟା ।
Author: Amrita Pritam
Publisher: Black Eagle Books
Published: 02/01/2024
Pages: 190
Binding Type: Paperback
Weight: 0.54lbs
Size: 8.50h x 5.50w x 0.44d
ISBN: 9781645605164
Language: Oriya
About the Author
Pritam, Amrita: - ଅମୃତା ପ୍ରୀତମ୍ (୧୯୧୯-୨୦୦୫) ଥିଲେ ପଞ୍ଜାବୀ ସାହିତ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକା । ଶହେରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା ଭାବରେ ସାହିତ୍ୟର ସବୁ ଦିଗରେ ତାଙ୍କର ଅବଦାନ ଥିଲା । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ ସାହିତ୍ୟ ଅକାଦେମୀ ପୁରସ୍କାର (୧୯୫୬), ଭାରତୀୟ ଜ୍ଞାନପୀଠ (୧୯୮୨), ପଦ୍ମ ବିଭୂଷଣ (୨୦୦୪) ଉଲ୍ଲେଖଯୋଗ୍ୟ । ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (୧୯୭୩), ଜବଲପୁର ବିଶ୍ୱବିଦ୍ୟାଳୟ (୧୯୭୩) ଓ ବିଶ୍ୱଭାରତୀ (୧୯୮୭) ସମ୍ମାନଜନକ ଡି.ଲିଟ୍ ପ୍ରଦାନ କରିଥିଲେ ।Satpathy, Nandini: - ନନ୍ଦିନୀ ଶତପଥୀ (୧୯୩୧-୨୦୦୬) ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକା ଓ ଅନୁବାଦିକା । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ କବିତା ସଂକଳନ 'ଉତ୍ତର ପୁରୁଷ', ଗଳ୍ପ ସଂକଳନ 'କେତୋଟି କଥା', 'ସପ୍ତଦଶୀ' ଏବଂ ଅନୁବାଦ ପୁସ୍ତକ 'ଗାନ୍ଧୀ କଥାମୃତ', 'ରେଭିନ୍ୟୁ ଟିକଟ', 'ଲଜ୍ଜା' ଓ ମହାଶ୍ୱେତା ଦେବୀଙ୍କ ନିର୍ବାଚିତ ଗଳ୍ପ ଉଲ୍ଲେଖଯୋଗ୍ୟ । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ 'ରେଭିନ୍ୟୁ ଟିକେଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଗାନ୍ଧୀ କଥାମୃତ' ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅନୁବାଦଗତ ସଫଳତା ନିମନ୍ତେ ସାହିତ୍ୟ ଭାରତୀ ସମ୍ମାନ ଉଲ୍ଲେଖଯୋଗ୍ୟ ।
This title is not returnable
Share
